1 ଆଗୋ ନାରୀଗଣ ମଧ୍ୟରେ ପରମା ସୁନ୍ଦରୀ, ତୁମ୍ଭର ପ୍ରିୟତମ କେଉଁଆଡ଼େ ଯାଇଅଛନ୍ତି ତୁମ୍ଭ ସଙ୍ଗେ ଆମ୍ଭେମାନେ ଯେପରି ଖୋଜିପାରିବା, ଏଥିପାଇଁ ତୁମ୍ଭ ପ୍ରିୟତମ କେଉଁ ଦିଗ ଧରିଅଛନ୍ତି।

2 ମୋହର ପ୍ରିୟତମ ଆପଣା ଉଦ୍ୟାନକୁ, ସୁଗନ୍ଧି ଲତାର କିଆରିକି, ଉଦ୍ୟାନସମୂହରେ (ପଲ) ଚରାଇବାକୁ ଓ ଶୋଶନ୍‍ ପୁଷ୍ପ ସଂଗ୍ରହ କରିବାକୁ ଯାଇଅଛନ୍ତି।

3 ମୁଁ ଆପଣା ପ୍ରିୟତମଙ୍କର ଓ ମୋ' ପ୍ରିୟତମ ମୋହର ସେ ଶୋଶନ୍‍ ପୁଷ୍ପ ବନରେ ଆପଣା ପଲ ଚରାନ୍ତି।

4 ଆଗୋ ମୋହର ପ୍ରିୟେ, ତୁମ୍ଭେ ତିର୍ସା ପରି ସୁନ୍ଦରୀ, ଯିରୂଶାଲମ ପରି ଶୋଭାବତୀ, ଧ୍ୱଜାଧାରୀ ସୈନ୍ୟ ପରି ଭୟଙ୍କରୀ।

5 ତୁମ୍ଭେ ମୋ' ଆଡ଼ୁ ଆପଣା ଆଖି ଫେରାଅ, କାରଣ ତଦ୍ଦ୍ୱାରା ମୁଁ ପରାସ୍ତ ହୋଇଅଛି ତୁମ୍ଭର କେଶ ଗିଲିୟଦ ପାଶ୍ୱର୍ରେ ଆରାମକାରୀ ଛେଳିପଲ ତୁଲ୍ୟ।

6 ତୁମ୍ଭର ଦନ୍ତ-ପଂକ୍ତି ସ୍ନାନରୁ ଉତ୍‍ଥିତା ମେଷୀପଲ ତୁଲ୍ୟ ସେମାନଙ୍କ ପ୍ରତ୍ୟେକର ଯାଆଁଳା ଛୁଆ ଅଛି, ଆଉ ସେମାନଙ୍କ ମଧ୍ୟରୁ କାହାରି ଛୁଆ ମରି ନାହିଁ।

7 ତୁମ୍ଭ ଘୁମୁଟା ତଳେ ତୁମ୍ଭ ଗଣ୍ଡଦେଶ ଡାଳିମ୍ବଖଣ୍ଡ ସଦୃଶ।

8 ଷାଠିଏ ରାଣୀ ଓ ଅଶୀ ଉପପନିୀ ଓ ଅସଂଖ୍ୟ ଯୁବତୀ ଅଛନ୍ତି।

9 ମାତ୍ର ମୋ' କପୋତୀ, ମୋ' ଶୁଦ୍ଧମତି ଅଦ୍ୱିତୀୟା ସେ ଆପଣା ମାତାର ଏକମାତ୍ର ସେ ଆପଣା ଗର୍ଭଧାରିଣୀର ମନୋନୀତା କନ୍ୟାମାନେ ତାହାକୁ ଦେଖି ଧନ୍ୟା ବୋଲି କହିଲେ ହଁ, ରାଣୀ ଓ ଉପପନିୀଗଣ ତାହାକୁ ପ୍ରଶଂସା କଲେ।

10 ଏହି ଯେ ଅରୁଣ ତୁଲ୍ୟ ଉଦୀୟମାନା, ଚନ୍ଦ୍ରମା ତୁଲ୍ୟ ସୁନ୍ଦରୀ, ସୂର୍ଯ୍ୟ ତୁଲ୍ୟ ବିଶୁଦ୍ଧା, ଧ୍ୱଜାବିଶିଷ୍ଟ ସୈନ୍ୟ ତୁଲ୍ୟ ଭୟଙ୍କରୀ, ସେ କିଏ।

11 ମୁଁ ଉପତ୍ୟକାର ନବୀନ ବୃକ୍ଷସବୁ ଦେଖିବାକୁ, ଦ୍ରାକ୍ଷାଲତା ପଲ୍ଲବିତ ହୋଇଅଛି କି ନାହିଁ ଓ ଡାଳିମ୍ବ ଫୁଲ ଧରିଅଛି କି ନାହିଁ, ଦେଖିବାକୁ ଆକ୍‍ରୋଟ୍‍ ଉଦ୍ୟାନକୁ ଗଲି।

12 ମୁଁ ଜ୍ଞାତ ହେବା ପୂର୍ବେ ମୋହର ପ୍ରାଣ ମୋ' ରାଜକୀୟ ଲୋକମାନଙ୍କ ରଥ ମଧ୍ୟରେ ମୋତେ ରଖିଲା।

13 ହେ ଶୂଲମିୟେ, ଫେର, ଫେରନ୍ତ ଆମ୍ଭେମାନେ ତୁମ୍ଭକୁ ଦେଖିବା, ଫେର, ଫେର।